୨୦ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ

 *ଖବର ଆଜିର

ତାରିଖ ୨୦/୧୧/୨୨ ରବି ବାର


୧-ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଆରମ୍ଭ ହେବ। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପୂର୍ବରୁ ସନ୍ଧ୍ୟା ସାଢେ ୭ଟାରୁ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ।


୨-୩୪ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର ।


୩-କାଶୀ ଏବଂ ତାମିଲନାଡୁ ଆମ ସଂସ୍କୃତି ଓ ସଭ୍ୟତାର କାଳଜୟୀ କେନ୍ଦ୍ର : ପ୍ରଧାନମନ୍ତ୍ରୀ ।


୪-ପଦ୍ମପୁର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା – ବରିଷ୍ଠ ନେତାଙ୍କୁ ଖୋଜିଲା ବିଜେଡି, ବିଜେପିର ଭରସା ଚାରି କେନ୍ଦ୍ରମନ୍ତ୍ରୀ ।


୫-ଭତ୍ତାଧାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା: ମୁଖ୍ୟମନ୍ତ୍ରୀ ।


୬-ଜେଲ୍‌ରୁ ମକୁଳିଲେ ଭୀମ କୋରେଗାଓଁ ମାମଲାରେ ଅଭିଯୁକ୍ତ ଗୌତମ ନଭ୍ଲଖା, ଗୃହବନ୍ଦୀରେ ରଖିବାକୁ ସୁପ୍ରିମକୋର୍ଟକଙ୍କ ନିର୍ଦ୍ଦେଶ।


୭-ଅରୁଣାଚଳର ପ୍ରଥମ ଗ୍ରିନଫିଲ୍ଡ ବିମାନବନ୍ଦର ଉଦ୍‌ଘାଟନ କଲେ ମୋଦୀ ।


୮-ଜେ‌ଲେନସ୍କିଙ୍କୁ ଭେଟିଲେ ସୁନକ, ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ୟୁକ୍ରେନ ଗସ୍ତ ।


୯-ଟ୍ରମ୍ପଙ୍କୁ ସାମିଲ ପାଇଁ ଟ୍ବିଟରରେ ପୋଲ୍ କଲେ ମସ୍କ ।


୧୦-ଆଦାନିଙ୍କ ଆକଳନ: ୨୦୩୦ ସୁଦ୍ଧା‌ ଭାରତ ତୃତୀୟ ବୃହତ୍‌ ଅର୍ଥନୀତି, ୨୦୫୦ ସୁଦ୍ଧା ଦ୍ବିତୀୟ ବୃହତ୍‌ ।


୧୧-ବେଆଇନ ଲୋନ୍‌ ଆପ୍‌ ମାମଲା: ଦେଢ଼ କୋଟି ଟଙ୍କା ଅଚଳ କଲା ଇଓଡବ୍ଲୁ ।


୧୨-ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସମସ୍ତ ବିଚାରପତିଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାକୁ କମାଇବାପାଇଁ ସୁପ୍ରିମକୋର୍ଟ ପ୍ରତିଦିନ ୧୦ଟି ଜାମିନ ଆବେଦନ ଏବଂ ବୈାବାହିକ ବିବାଦ ସହ ଜଡ଼ିତ ୧୦ଟି ସ୍ଥାନାନ୍ତର ପିଟିସନ୍‌ର ଶୁଣାଣି କରିବେ ।


୧୩-ନୋ ମନି ଫର୍‌ ଟେରର୍‌’ ସମ୍ମିଳନୀ ଉଦ୍‌ଯାପିତ; ଆତଙ୍କବାଦ ଗଣତନ୍ତ୍ରର ସବୁଠୁ ବଡ଼ ଶତ୍ରୁ: ଶାହ ।


୧୪-ଚୀନ୍‌ରେ ବଢ଼ିଲା କରୋନା ସଂକ୍ରମଣ: ବେଜିଂରେ ସେମି ଲକ୍‌ଡାଉନ୍‌ ।


୧୫-ଡିସେମ୍ବର ୭ରୁ ସଂସଦର ଶୀତ ଅଧିବେଶନ: ୨୩ ଦିନରେ ୧୭ କାର୍ଯ୍ୟଦିବସ ।


୧୬-ସ୍ପଷ୍ଟ କଲା ଇଡି, ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମିଳିଥିବା ଏଣ୍ଡେଭର କାରର ମାଲିକାଣୀ ଅର୍ଚ୍ଚନା ନାଗ ।


୧୭-ରାଜ୍ୟରେ ଆଉ ୨ ହଜାର ଡାକ୍ତର ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର। 


୧୮-ରାଜ୍ୟରେ ବଢୁଛି ରାଗିଂ ଘଟଣା,ବିନାୟକ ଆଚାର୍ଯ୍ୟ କଲେଜ ପରେ ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ ଅଭିଯୋଗ।



ସୁପ୍ରଭାତ ,ଶୁଭ ସକାଳ

Comments