୨୪ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
୨୪ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର
ଖବର ଆଜିର
ତାରିଖ ୨୪/୧୧/୨୨ ଗୁରୁବାର
୧-କେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା: ପ୍ରଥମ ପର୍ଯ୍ୟାୟରେ ମିଳିବ ୧୦୦୦ ଟଙ୍କା ।
୨-ଏତଲା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା, ଏବେ ଆମେ କରାଇବୁ ଯାଞ୍ଚ: ଫଡ଼ନାବୀସ ।
୩-ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୫୪୦ଶିକ୍ଷକ । ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । OSSC ଓ୍ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି । ଡିସେମ୍ବର ୧୧ରୁ ଜାନୁଆରୀ ୯ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ ।
୪-ଚଳିତ ବିଶ୍ବକପ ଫୁଟବଲରେ ଆଉ ଏକ ବିପର୍ଯ୍ୟୟ ହୋଇଛି । ଏସୀୟ ଦେଶ ଜାପାନ ପୂର୍ବତନ ବିଶ୍ବ ଚାମ୍ପିଅନ ଜର୍ମାନିକୁ ୨-୧ରେ ହରାଇଦେଇଛି । ସାଉଦି ଆରବ ଆର୍ଜେଣ୍ଟିନାକୁ ହରାଇବା ପରେ ଜାପାନ ଜର୍ମାନକୁ ହରାଇବା ଫୁଟବଲପ୍ରେମୀଙ୍କୁ ଚକିତ କରିଛି ।
୫-ରାଗରେ ଫ୍ୟାନଙ୍କ ଫୋନ୍ ଭାଙ୍ଗିଦେଲେ ରୋନାଲ୍ଡୋ, ମ୍ୟାଚରୁ ବାସନ୍ଦ ସହ ମୋଟା ଅଙ୍କର ଫାଇନ୍ ଲଗାଇଲା ଫୁଟ୍ବଲ୍ ଆସୋସିଏସନ ।
୬-ରାଜଧାନୀରେ ଘରେ କୁକୁର ରଖିବା ହେବନି ସହଜ । ବିଏମସି ଆଣୁଛି ପୋଷା କୁକୁରଙ୍କ ପାଇଁ ବଡ଼ କଟକଣା ।
୭-ମୁଖ୍ୟ ନିର୍ବାଚନ କମିଶନର’ ନିଯୁକ୍ତି ପ୍ରକ୍ରିୟା । କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ନିରପେକ୍ଷ ନିଯୁକ୍ତି ପାଇଁ ଦେଲେ ପରାମର୍ଶ ।
୮-ମୋରବି ଝୁଲା ପୋଲ ଦୁର୍ଘଟଣା: ୮ ଅଭିଯୁକ୍ତଙ୍କ ଜାମିନ ନିବେଦନ ଖାରଜ, ଆସିଲା FSL ରିପୋର୍ଟ।
୯-ଓଡ଼ିଶାକୁ ନୂଆ ପରିଚୟ ଦେବ ମାଣ୍ଡିଆ: ରାଜ୍ୟର ୧୪ଟି ଜିଲ୍ଲାର ୭୨ଟି ବ୍ଲକରେ କାର୍ଯ୍ୟ କରିବ ମିଲେଟ୍ ମିଶନ୍ ।
୧୦-ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ ଦେଲା ରେଡ୍ ସିଗନାଲ । ଗୁଣବତା ପରୀକ୍ଷାରେ ଫେଲ୍ ମାରିଲା ୫୦ଟି ଔଷଧ ।
୧୧-ଇରାକ ଓ ସିରିଆରେ ତୁର୍କୀର ଏୟାରଷ୍ଟ୍ରାଇକ୍, ୨୫୪ ମୃତ ।
୧୨-ପଦ୍ମପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନମଣ୍ଡଳୀର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ନିମନ୍ତେ ବିଜେପିର ଦାବି ପରେ ୧୬ଜଣ ଜିଆରଏସଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦଳି କରାଯାଇଛି ।
୧୩-ୟୁକ୍ରେନ ରାଜଧାନୀ କିଭ୍ ଉପରେ ମିସାଇଲ ମାଡ଼: ୩ ମୃତ, ବ୍ୟାପକ କ୍ଷୟକ୍ଷତି ।
୧୪-ପାକିସ୍ତାନ ୨ଟି ବୋମା ଭାରତରେ ଫୁଟାଇଲେ ଆମେ ୨୦ଟି ଫୁଟାଇଦେବୁ: ହିମନ୍ତ ବିଶ୍ବଶର୍ମା ।
୧୫-କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କଟା ଘା’ରେ ଲୁଣ ଦେବା ସଦୃଶ : ଜୟ ନାରାୟଣ ମିଶ୍ର ।
୧୬-ବଲିଉଡ୍ ଅଭିନେତା ଅନୁପମ୍ ଖେର୍ଙ୍କ ଘୋଷଣା: ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ୍ ।
୧୭-ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍: ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ୍ ।
୧୮-ବାହାରକୁ ଆସିଲା ବାବା ଆଖଣ୍ଡଳମଣିଙ୍କ ଗୁପ୍ତ ସେବାର ଚିତ୍ର: କଟକଣା ପରେ ବି ସମସ୍ତ ନିୟମକୁ ଉଲ୍ଲଂଘନ କଲେ ସେବାୟତ ।
୧୯-ଅର୍ଚ୍ଚନା ନାଗ ମାମଲା: EDରେ ପହଞ୍ଚିଲେ ଡାକ୍ତରୀ ଟିମ୍; ସମ୍ଭାବ୍ୟ ଗିରଫ ଅଭିଯୁକ୍ତଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା। ।।
୨୦-ଅଋଣ ଗୋୟଲଙ୍କୁ ନିର୍ବାଚନ କମିଶନ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,କେନ୍ଦ୍ରକୁ କହିଲେ ଫାଇଲ ଉପସ୍ଥାପନ କର ।
୨୧-ଚୀନରେ ଦୁନିଆର ସବୁଠୁ ବଡ ଆଇଫୋନ ଫ୍ୟାକ୍ଟ୍ରିରେ ସଂଘର୍ଷ, କମ୍ପାନିରୁ ଫେରାର ମାରିଲେ ଅନେକ କର୍ମଚାରୀ ।
୨୨-ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ, ଜାତୀୟ ରାଜପଥରେ ଜାନୁଆରି ପହିଲାରୁ ଲାଗୁ ହେବ ।
୨୩-ବିଦ୍ୟୁତ୍ ନିୟାମକ ଆୟୋଗଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୩ ମାସ ମଧ୍ୟରେ ଦର ନିର୍ଦ୍ଧାରଣ ନିୟମ ପ୍ରସ୍ତୁତ କର ।।।
୨୪-ରକ୍ତହୀନତା ଦୂର ପାଇଁ ଆରମ୍ଭ ହେଲା ‘ଅମ୍ଳାନ’: ଉପକୃତ ହେବେ ୧.୩୭ କୋଟି ଲୋକ ।
୨୫-ନିଲମ୍ବିତ ହେଲେ ତିନି ଅଧ୍ୟାପକ: ପଦ୍ମପୁର ଉପନିର୍ବାଚନ ପାଇଁ ସଭା ଆୟୋଜନ କରିବା ମହଙ୍ଗା ପଡ଼ିଲା ।
Comments
Post a Comment