୨୩ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 ୨୩ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

https://todaynewspaperlink.blogspot.com/2022/11/blog-post_54.html


୧-FIFA World Cup 2022: ଶକ୍ତିଶାଳୀ ଆର୍ଜେଣ୍ଟିନାର ସ୍ୱପ୍ନ ଚୁରମାର୍ କଲା ଦୁର୍ବଳ ସାଉଦି ଆରବ, ଫେଲ୍ ମାରିଲା ମେସିଙ୍କ ଯାଦୁ ।


୨-ଡିଏଲ୍‌ଏସ୍‌ରେ ୩ୟ ଟି୨୦ ଟାଇ, ଶୃଙ୍ଖଳା ଜିତିଲା ଭାରତ ।


୩-ସେନା ପିଓକେ ହାତକୁ ନେବାକୁ ପ୍ରସ୍ତୁତ, ଆଦେଶକୁ ଅପେକ୍ଷା କରିଛୁ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।


୪-କିଡନୀ ଟ୍ରାନ୍ସପ୍ଲାଣ୍ଟ୍ ରୋଗୀ ଏବଂ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ଆଲୋଚନା । ୯୦ ଜଣ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କଲେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ।


୫-ହିନ୍ଦୀ ଡାଇଲଗ କହିଲେ, ଭାରତକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରଦୂତ: କହିଲେ ସବୁଠୁ ବଡ ସମ୍ପର୍କ ହେଉଛି ବନ୍ଧୁତା ।


୬-୭୨ଘଣ୍ଟା ପରେ ବି ମିଳୁନି ନିଖୋଜ ପର୍ବତାରୋହୀଙ୍କ ପତ୍ତା: ସୋମବାର ମନାଲିରେ ହିମସ୍ଖଳନ ପରେ ୧୦ଜଣ ପର୍ବତାରୋହୀ ଅଛନ୍ତି ନିଖୋଜ ।


୭-କରୋନା ପାଇଁ ପୁଣି ଚୀନରେ ଲାଗିଲାଣି କଡ଼ା କଟକଣା: ଦିନକରେ ୨୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ। 


୮-ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।


୯-ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଏହି ଯାତ୍ରା ଡିସେମ୍ବର ୪ ତାରିଖରୁ ଦିନିକିଆ ମ୍ୟାଚ୍ ସହିତ ଆରମ୍ଭ ହେବ। ଏଥି ସହିତ, ଏହି ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ପ୍ରତ୍ୟେକ ମ୍ୟାଚ୍ ସୋନି ନେଟୱାର୍କରେ ସିଧା ପ୍ରସାରଣ ହେବ। 


୧୦-ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର: ୭୧ ହଜାର ଆଶାୟୀଙ୍କୁ ମିଳିଲା ଚାକିରି ।


୧୧-ଋଷଭ ସେଟ୍ଟୀଙ୍କ କାନ୍ତାରା ରଚିଲା ଇତିହାସ, ଆୟ କଲା ୪୦୦ କୋଟି ।


୧୨-୨୪ରୁ ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ, ହାତରେ ମାଳ ମାଳ ପ୍ରସଙ୍ଗ ।


୧୩-ଜୋରନ୍ଦା ମହିମାଗାଦିରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବତୀ ମନ୍ଦିର ,ଧୂଳିସାତ ହେଲା ଧୁନିମନ୍ଦିର ଓ ବାବାଙ୍କ ଟୁଙ୍ଗି । 


୧୪-ଶ୍ରଦ୍ଧା ମର୍ଡର କେସ୍: ଆଉ ୪ ଦିନ ବଢିଲା ଅଫତାବର ପୋଲିସ କଷ୍ଟଡି, କୋର୍ଟ କହିଲେ ଭେଟିପାରିବ ପରିବାରଙ୍କୁ ।


୧୫-ଆସନ୍ତା ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଭବନ ପ୍ରେକ୍ଷାଳୟରେ ଅପରାହ୍ନ ୫ଟାରେ ଏହା ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଜି-୨୦ ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବେ।


୧୬-କମ୍ପ୍ୟୁଟରୀକରଣରେ ବାଧକ ସାଜିଛି ଇଣ୍ଟରନେଟ୍ ନେଟ୍‌ୱର୍କ: ୪୫୮ ସମବାୟ ସମିତିରେ ନାହିଁ ସୁବିଧା। 


୧୭-ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍‌ନୁ) ଇଂରାଜୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ହଳଧର ସାହିତ୍ୟ ସ୍ଥାନ ପାଇଛି। ପାଠ୍ୟକ୍ରମର ଲୋକସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ (ଫୋକ୍‌ଲୋର୍‌ ଏଣ୍ଡ କଲଚର୍‌ ଷ୍ଟଡିଜ୍‌)‌ ବର୍ଗରେ ସମ୍ବଲପୁରୀ-କୋଶଲୀ ଭାଷା ଓ ସାହିତ୍ୟରେ ହଳଧର ନାଗଙ୍କ ରଚନା ଓ ସାହିତ୍ୟ ସାମିଲ ହୋଇଛି।


୧୮-ମାଙ୍ଗାଲୁରୁ ବୋମା ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ବିଟ୍‌କଏନ୍‌ କାରବାର କରୁଥିଲା ।


୧୯-୪୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବ ଭାରତ: ଅମ୍ବାନି ।


୨୦-ଯୋଗ୍ୟତା ଆଧାରରେ ହୋଇଛି ଏଏସ୍‌ଓ ନିଯୁକ୍ତି, ଅନିୟମିତତା ଅଭିଯୋଗକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କ ଖଣ୍ଡନ ।


୨୧-ଆସନ୍ତା ଡିସେମ୍ବର ୫ତାରିଖରେ ପଦ୍ମପୁର ଉପନିର୍ବାଚନର ମତଦାନ ହେବାକୁ ଥିବାବେଳେ ଉକ୍ତ ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି।

Comments