୨୩ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 ୨୩ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

https://todaynewspaperlink.blogspot.com/2022/11/blog-post_54.html


୧-FIFA World Cup 2022: ଶକ୍ତିଶାଳୀ ଆର୍ଜେଣ୍ଟିନାର ସ୍ୱପ୍ନ ଚୁରମାର୍ କଲା ଦୁର୍ବଳ ସାଉଦି ଆରବ, ଫେଲ୍ ମାରିଲା ମେସିଙ୍କ ଯାଦୁ ।


୨-ଡିଏଲ୍‌ଏସ୍‌ରେ ୩ୟ ଟି୨୦ ଟାଇ, ଶୃଙ୍ଖଳା ଜିତିଲା ଭାରତ ।


୩-ସେନା ପିଓକେ ହାତକୁ ନେବାକୁ ପ୍ରସ୍ତୁତ, ଆଦେଶକୁ ଅପେକ୍ଷା କରିଛୁ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।


୪-କିଡନୀ ଟ୍ରାନ୍ସପ୍ଲାଣ୍ଟ୍ ରୋଗୀ ଏବଂ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ଆଲୋଚନା । ୯୦ ଜଣ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କଲେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ।


୫-ହିନ୍ଦୀ ଡାଇଲଗ କହିଲେ, ଭାରତକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରଦୂତ: କହିଲେ ସବୁଠୁ ବଡ ସମ୍ପର୍କ ହେଉଛି ବନ୍ଧୁତା ।


୬-୭୨ଘଣ୍ଟା ପରେ ବି ମିଳୁନି ନିଖୋଜ ପର୍ବତାରୋହୀଙ୍କ ପତ୍ତା: ସୋମବାର ମନାଲିରେ ହିମସ୍ଖଳନ ପରେ ୧୦ଜଣ ପର୍ବତାରୋହୀ ଅଛନ୍ତି ନିଖୋଜ ।


୭-କରୋନା ପାଇଁ ପୁଣି ଚୀନରେ ଲାଗିଲାଣି କଡ଼ା କଟକଣା: ଦିନକରେ ୨୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ। 


୮-ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।


୯-ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଏହି ଯାତ୍ରା ଡିସେମ୍ବର ୪ ତାରିଖରୁ ଦିନିକିଆ ମ୍ୟାଚ୍ ସହିତ ଆରମ୍ଭ ହେବ। ଏଥି ସହିତ, ଏହି ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ପ୍ରତ୍ୟେକ ମ୍ୟାଚ୍ ସୋନି ନେଟୱାର୍କରେ ସିଧା ପ୍ରସାରଣ ହେବ। 


୧୦-ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର: ୭୧ ହଜାର ଆଶାୟୀଙ୍କୁ ମିଳିଲା ଚାକିରି ।


୧୧-ଋଷଭ ସେଟ୍ଟୀଙ୍କ କାନ୍ତାରା ରଚିଲା ଇତିହାସ, ଆୟ କଲା ୪୦୦ କୋଟି ।


୧୨-୨୪ରୁ ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ, ହାତରେ ମାଳ ମାଳ ପ୍ରସଙ୍ଗ ।


୧୩-ଜୋରନ୍ଦା ମହିମାଗାଦିରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବତୀ ମନ୍ଦିର ,ଧୂଳିସାତ ହେଲା ଧୁନିମନ୍ଦିର ଓ ବାବାଙ୍କ ଟୁଙ୍ଗି । 


୧୪-ଶ୍ରଦ୍ଧା ମର୍ଡର କେସ୍: ଆଉ ୪ ଦିନ ବଢିଲା ଅଫତାବର ପୋଲିସ କଷ୍ଟଡି, କୋର୍ଟ କହିଲେ ଭେଟିପାରିବ ପରିବାରଙ୍କୁ ।


୧୫-ଆସନ୍ତା ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଭବନ ପ୍ରେକ୍ଷାଳୟରେ ଅପରାହ୍ନ ୫ଟାରେ ଏହା ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଜି-୨୦ ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବେ।


୧୬-କମ୍ପ୍ୟୁଟରୀକରଣରେ ବାଧକ ସାଜିଛି ଇଣ୍ଟରନେଟ୍ ନେଟ୍‌ୱର୍କ: ୪୫୮ ସମବାୟ ସମିତିରେ ନାହିଁ ସୁବିଧା। 


୧୭-ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍‌ନୁ) ଇଂରାଜୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ହଳଧର ସାହିତ୍ୟ ସ୍ଥାନ ପାଇଛି। ପାଠ୍ୟକ୍ରମର ଲୋକସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ (ଫୋକ୍‌ଲୋର୍‌ ଏଣ୍ଡ କଲଚର୍‌ ଷ୍ଟଡିଜ୍‌)‌ ବର୍ଗରେ ସମ୍ବଲପୁରୀ-କୋଶଲୀ ଭାଷା ଓ ସାହିତ୍ୟରେ ହଳଧର ନାଗଙ୍କ ରଚନା ଓ ସାହିତ୍ୟ ସାମିଲ ହୋଇଛି।


୧୮-ମାଙ୍ଗାଲୁରୁ ବୋମା ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ବିଟ୍‌କଏନ୍‌ କାରବାର କରୁଥିଲା ।


୧୯-୪୦ ଟ୍ରିଲିଅନ ଡଲାର ଅର୍ଥନୀତି ହେବ ଭାରତ: ଅମ୍ବାନି ।


୨୦-ଯୋଗ୍ୟତା ଆଧାରରେ ହୋଇଛି ଏଏସ୍‌ଓ ନିଯୁକ୍ତି, ଅନିୟମିତତା ଅଭିଯୋଗକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କ ଖଣ୍ଡନ ।


୨୧-ଆସନ୍ତା ଡିସେମ୍ବର ୫ତାରିଖରେ ପଦ୍ମପୁର ଉପନିର୍ବାଚନର ମତଦାନ ହେବାକୁ ଥିବାବେଳେ ଉକ୍ତ ଦିନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି।

Comments

Popular posts from this blog

୨୦ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ

୨୪ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

୨୧ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ