ଲୋକସଭା
ସଂସଦରୁ ବହିଷ୍କୃତ ହେଲେ ମହୁଆ ମୈତ୍ର
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି । ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ହିରାନନ୍ଦାନୀ ସିଧାସଳଖ ପ୍ରଶ୍ନ ପୋଷ୍ଟ କରିବା ପାଇଁ ସଂସଦୀୟ ୱେବସାଇଟରେ ଥିବା ଏକ ଗୋପନୀୟ ଆକାଉଣ୍ଟରେ ଲଗ-ଇନ୍ ପ୍ରମାଣପତ୍ର ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ମୋଦୀ ସରକାରଙ୍କ ଜଣେ ତୀବ୍ର ସମାଲୋଚକ ମୈତ୍ର ଲାଞ୍ଚ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଲଗ-ଇନ୍ ବିବରଣୀ ସେୟାର କରିଥିବା ସ୍ୱୀକାର କରିଛନ୍ତି । ଆଜି ସଦାଚାର କମିଟି ଏହାର ରିପୋର୍ଟ ଉପସ୍ଥାପନ କରିବା ପରେ ଶ୍ରୀମତୀ ମୈତ୍ରଙ୍କ ଦଳ ଟିଏମ୍ସି ସମେତ ଶାସକ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା । ରିପୋର୍ଟ ଉପସ୍ଥାପିତ ହେବା ପରେ ହଙ୍ଗାମା ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା । ଯେତେବେଳେ ଶ୍ରୀମତୀ ମୈତ୍ରାଙ୍କୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବେଆଇନ ଭାବେ ପ୍ରଶ୍ନ ପଚାରିବା ନିମନ୍ତେ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି ଏବଂ ଅସ୍ୱୀକାରଯୋଗ୍ୟ । ବ୍ୟବସାୟୀଙ୍କଠାରୁ ଉପହାର ନେବା ଯାହାକୁ ସେ ଲଗ୍ଇନ୍ (ବିବରଣୀ) ହସ୍ତାନ୍ତର କରିଥିଲେ ତାହା ଏକ ନିନ୍ଦନୀୟ ଘଟଣା । ଏହା ଜଣେ ସାଂସଦଙ୍କ ପାଇଁ ଅନୁପଯୁକ୍ତ ଏବଂ ଅନୈତିକ ଆଚରଣ । ଶ୍ରୀମତୀ ମୈତ୍ର ଲାଞ୍ଚ ବାବଦରେ ନଗଦ ଟଙ୍କା ଗ୍ରହଣ କରିଥିବା ପ୍ରସଙ୍ଗରେ ରିପୋର୍ଟରେ ସରକାରଙ୍କୁ ଅପରାଧିକ ତଦନ୍ତ କରି ‘ମନି ଟ୍ରେଲ୍’ର ପର୍ଦ୍ଦାଫାସ କରିବାକୁ କୁହାଯାଇଛ
Comments
Post a Comment