ସଂସଦ ଉପରେ ଆକ୍ରମଣ

 ସଂସଦ ଗୃହରେ ଛଡାଯାଇଥିବା ସ୍ମୋକ କ୍ୟାନ ‘ମେଡ୍ ଇନ୍ ଚାଇନା’

 ନୂଆଦିଲ୍ଲୀ : ସଂସଦ ସୁରକ୍ଷା ତ୍ରୁଟିର ତଦନ୍ତ ଜାରି ରହିଛି । ଠିକ୍ ୨୨ବର୍ଷ ପରେ ସଂସଦ ଆକ୍ରମଣର ପୁର୍ତ୍ତି ଦିନ ଏପରି କାଣ୍ଡ ଭିଆଇଥିବା ୬ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପୋଲିସ ଶୁକ୍ରବାର ୭ଦିନିଆ ରିମାଣ୍ଡରେ ନେଇଛି । ଏଥିସହ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ପୋଲିସ କହିଛି କି, ଲଳିତ ସ୍ୱୀକାର କରିଛନ୍ତି କି ସଂସଦରେ ଏପରି କାଣ୍ଡ ଘଟେଇବା ପାଇଁ ୬ଅଭିଯୁକ୍ତ ବହୁବାର ଦିଲ୍ଲୀ ଆସିବା ସହ ଥରେ ଦି ଥର ପରସ୍ପର ସହ ସାକ୍ଷାତ କରିଛନ୍ତି । ଏକ ଜାତୀୟ ଗଣମାଧମର ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ରେ ଘଟିଥିବା ଏହି ଘଟଣାର ନାଟ୍ୟ ରୂପାନ୍ତର ପାଇଁ ପୋଲିସ ସଂସଦର ଅନୁମତି ମାଗିଛି । ଦିଲ୍ଲୀ ପୋଲିସ ଲଳିତଙ୍କ ସମେତ ୫ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ଖିଅ କାଢିବାକୁ ଚେଷ୍ଟା କରୁଛି । ତେବେ ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଜଣାପଡିଛି କି , କାନଷ୍ଟେର ସ୍ମୋକ ଗ୍ୟାସକୁ ଲୁଚାଇ ନେବା ପାଇଁ ଜୋତା ଭିତରେ ସ୍ଥାନ ରଖାଯାଇଥିଲା । ତେବେ ସ୍ମୋକ କ୍ୟାନ ଯେପରି ଜୋତାରେ ଠିକ୍ ଭାବେ ଫିଟ୍ ରହିବ ସେଥିପାଇଁ ରବରର କଭର ଦିଆଯାଇଥିଲା । ଏହି ସ୍ମୋକ କ୍ୟାନଗୁଡିକ ଚାଇନାରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି ।


Comments