Posts

ସଂସଦ ଉପରେ ଆକ୍ରମଣ

 ସଂସଦ ଗୃହରେ ଛଡାଯାଇଥିବା ସ୍ମୋକ କ୍ୟାନ ‘ମେଡ୍ ଇନ୍ ଚାଇନା’  ନୂଆଦିଲ୍ଲୀ : ସଂସଦ ସୁରକ୍ଷା ତ୍ରୁଟିର ତଦନ୍ତ ଜାରି ରହିଛି । ଠିକ୍ ୨୨ବର୍ଷ ପରେ ସଂସଦ ଆକ୍ରମଣର ପୁର୍ତ୍ତି ଦିନ ଏପରି କାଣ୍ଡ ଭିଆଇଥିବା ୬ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପୋଲିସ ଶୁକ୍ରବାର ୭ଦିନିଆ ରିମାଣ୍ଡରେ ନେଇଛି । ଏଥିସହ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ପୋଲିସ କହିଛି କି, ଲଳିତ ସ୍ୱୀକାର କରିଛନ୍ତି କି ସଂସଦରେ ଏପରି କାଣ୍ଡ ଘଟେଇବା ପାଇଁ ୬ଅଭିଯୁକ୍ତ ବହୁବାର ଦିଲ୍ଲୀ ଆସିବା ସହ ଥରେ ଦି ଥର ପରସ୍ପର ସହ ସାକ୍ଷାତ କରିଛନ୍ତି । ଏକ ଜାତୀୟ ଗଣମାଧମର ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ରେ ଘଟିଥିବା ଏହି ଘଟଣାର ନାଟ୍ୟ ରୂପାନ୍ତର ପାଇଁ ପୋଲିସ ସଂସଦର ଅନୁମତି ମାଗିଛି । ଦିଲ୍ଲୀ ପୋଲିସ ଲଳିତଙ୍କ ସମେତ ୫ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ଖିଅ କାଢିବାକୁ ଚେଷ୍ଟା କରୁଛି । ତେବେ ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଜଣାପଡିଛି କି , କାନଷ୍ଟେର ସ୍ମୋକ ଗ୍ୟାସକୁ ଲୁଚାଇ ନେବା ପାଇଁ ଜୋତା ଭିତରେ ସ୍ଥାନ ରଖାଯାଇଥିଲା । ତେବେ ସ୍ମୋକ କ୍ୟାନ ଯେପରି ଜୋତାରେ ଠିକ୍ ଭାବେ ଫିଟ୍ ରହିବ ସେଥିପାଇଁ ରବରର କଭର ଦିଆଯାଇଥିଲା । ଏହି ସ୍ମୋକ କ୍ୟାନଗୁଡିକ ଚାଇନାରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

ରାଜ୍ୟସଭା

Image
राज्यसभा सांसदों के लिए शुक्रवार को नमाज के लिए दिया गया आधा घंटा रद्द December 12, 2023 नई देहली –  संसद के अधिवेशन के समय प्रत्येक शुक्रवार दोपहर नमाज के लिए मिलने वाला आधा घंटे का समय रद्द करने का निर्णय राज्यसभा के सभापति जगदीप धनखड ने लिया । लोकसभा में नमाज के लिए इस प्रकार का समय नहीं दिया जा रहा था । (सौजन्य : Sansad TV) राज्यसभा का ८ दिसंबर का कामकाज को दोपहर २ बजे आरंभ हुआ । इस पर द्रविड मुन्नेत्र काळघम (द्रविड प्रगति संघ) पार्टी के सांसद तिरुचि शिवा ने पूछा कि प्रत्येक शुक्रवार राज्यसभा का कामकाज दोपहर २:३०बजे आरम्भ होता था , अर्थात नमाज पढने के उपरांत ही यह कामकाज आरम्भ होता था । इस समय यह कामकाज दोपहर २ बजे प्रारंभ किया गया है । इस पर सभापति जगदीश धनखड ने कहा कि इससे संबंधित नियमों में बदलाव १ वर्ष पूर्व किया गया है । लोकसभा और राज्यसभा के काम में समानता लाने के लिए यह निर्णय लिया गया है ।

ଲୋକସଭା

 ସଂସଦରୁ ବହିଷ୍କୃତ ହେଲେ ମହୁଆ ମୈତ୍ର ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି । ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ହିରାନନ୍ଦାନୀ ସିଧାସଳଖ ପ୍ରଶ୍ନ ପୋଷ୍ଟ କରିବା ପାଇଁ ସଂସଦୀୟ ୱେବସାଇଟରେ ଥିବା ଏକ ଗୋପନୀୟ ଆକାଉଣ୍ଟରେ ଲଗ-ଇନ୍ ପ୍ରମାଣପତ୍ର ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ମୋଦୀ ସରକାରଙ୍କ ଜଣେ ତୀବ୍ର ସମାଲୋଚକ ମୈତ୍ର ଲାଞ୍ଚ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଲଗ-ଇନ୍ ବିବରଣୀ ସେୟାର କରିଥିବା ସ୍ୱୀକାର କରିଛନ୍ତି । ଆଜି ସଦାଚାର କମିଟି ଏହାର ରିପୋର୍ଟ ଉପସ୍ଥାପନ କରିବା ପରେ ଶ୍ରୀମତୀ ମୈତ୍ରଙ୍କ ଦଳ ଟିଏମ୍‌ସି ସମେତ ଶାସକ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା । ରିପୋର୍ଟ ଉପସ୍ଥାପିତ ହେବା ପରେ ହଙ୍ଗାମା ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା । ଯେତେବେଳେ ଶ୍ରୀମତୀ ମୈତ୍ରାଙ୍କୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବେଆଇନ ଭାବେ ପ୍ରଶ୍ନ ପଚାରି...

୨୪ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

  ୨ ୪ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର ଖବର ଆଜିର ତାରିଖ ୨୪/୧୧/୨୨   ଗୁରୁବାର ୧-କେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା: ପ୍ରଥମ ପର୍ଯ୍ୟାୟରେ ମିଳିବ ୧୦୦୦ ଟଙ୍କା । ୨-ଏତଲା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା, ଏବେ ଆମେ କରାଇବୁ ଯାଞ୍ଚ: ଫଡ଼ନାବୀସ । ୩-ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୫୪୦ଶିକ୍ଷକ । ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । OSSC ଓ୍ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି । ଡିସେମ୍ବର ୧୧ରୁ ଜାନୁଆରୀ ୯ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ ।  ୪-ଚଳିତ ବିଶ୍ବକପ ଫୁଟବଲରେ ଆଉ ଏକ ବିପର୍ଯ୍ୟୟ ହୋଇଛି । ଏସୀୟ ଦେଶ ଜାପାନ ପୂର୍ବତନ ବିଶ୍ବ ଚାମ୍ପିଅନ ଜର୍ମାନିକୁ ୨-୧ରେ ହରାଇଦେଇଛି । ସାଉଦି ଆରବ ଆର୍ଜେଣ୍ଟିନାକୁ ହରାଇବା ପରେ ଜାପାନ ଜର୍ମାନକୁ ହରାଇବା ଫୁଟବଲପ୍ରେମୀଙ୍କୁ ଚକିତ କରିଛି । ୫-ରାଗରେ ଫ୍ୟାନଙ୍କ ଫୋନ୍ ଭାଙ୍ଗିଦେଲେ ରୋନାଲ୍ଡୋ, ମ୍ୟାଚରୁ ବାସନ୍ଦ ସହ ମୋଟା ଅଙ୍କର ଫାଇନ୍ ଲଗାଇଲା ଫୁଟ୍‌ବଲ୍‌ ଆସୋସିଏସନ । ୬-ରାଜଧାନୀରେ ଘରେ କୁକୁର ରଖିବା ହେବନି ସହଜ । ବିଏମସି ଆଣୁଛି ପୋଷା କୁକୁରଙ୍କ ପାଇଁ ବଡ଼ କଟକଣା ।  ୭-ମୁଖ୍ୟ ନିର୍ବାଚନ କମିଶନର’ ନିଯୁକ୍ତି ପ୍ରକ୍ରିୟା । କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ନିରପେକ୍ଷ ନିଯୁକ୍ତି ପାଇଁ ଦେଲେ ପରାମର୍ଶ । ୮-ମ...

୨୩ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର

 ୨୩ ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର https://todaynewspaperlink.blogspot.com/2022/11/blog-post_54.html ୧-FIFA World Cup 2022: ଶକ୍ତିଶାଳୀ ଆର୍ଜେଣ୍ଟିନାର ସ୍ୱପ୍ନ ଚୁରମାର୍ କଲା ଦୁର୍ବଳ ସାଉଦି ଆରବ, ଫେଲ୍ ମାରିଲା ମେସିଙ୍କ ଯାଦୁ । ୨-ଡିଏଲ୍‌ଏସ୍‌ରେ ୩ୟ ଟି୨୦ ଟାଇ, ଶୃଙ୍ଖଳା ଜିତିଲା ଭାରତ । ୩-ସେନା ପିଓକେ ହାତକୁ ନେବାକୁ ପ୍ରସ୍ତୁତ, ଆଦେଶକୁ ଅପେକ୍ଷା କରିଛୁ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ୪-କିଡନୀ ଟ୍ରାନ୍ସପ୍ଲାଣ୍ଟ୍ ରୋଗୀ ଏବଂ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ଆଲୋଚନା । ୯୦ ଜଣ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କଲେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର । ୫-ହିନ୍ଦୀ ଡାଇଲଗ କହିଲେ, ଭାରତକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରଦୂତ: କହିଲେ ସବୁଠୁ ବଡ ସମ୍ପର୍କ ହେଉଛି ବନ୍ଧୁତା । ୬-୭୨ଘଣ୍ଟା ପରେ ବି ମିଳୁନି ନିଖୋଜ ପର୍ବତାରୋହୀଙ୍କ ପତ୍ତା: ସୋମବାର ମନାଲିରେ ହିମସ୍ଖଳନ ପରେ ୧୦ଜଣ ପର୍ବତାରୋହୀ ଅଛନ୍ତି ନିଖୋଜ । ୭-କରୋନା ପାଇଁ ପୁଣି ଚୀନରେ ଲାଗିଲାଣି କଡ଼ା କଟକଣା: ଦିନକରେ ୨୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ।  ୮-ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ୯-ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାର...

୨୧ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ

  VISWA SAMBAD KENDRA,ODISHA    News paper clipping  Phone / Fax :(0674) 2953383, Email:  visakeobbsr@gmail.com, Web:www.vskodisha.com ୨୧    ନଭେମ୍ବର ୨୦୨୨ରେ ଗଣମାଧ୍ୟମରେ ପ୍ରକାଶିତ ଖବର https://todaynewspaperlink. blogspot.com/2022/11/blog- post_21.html ୨୧ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ https://todaynewspapers-alledition.blogspot.com/2022/11/blog-post_20.html ୧-ଏକ ସଂକ୍ଷିପ୍ତ ତଥା ରଙ୍ଗାରଙ୍ଗ ଉତ୍ସବ ସହ ଚଳିତ ଫିଫା ଫୁଟ୍‌ବଲ କପ୍‌ ରବିବାର ଉଦ୍‌ଘାଟିତ ହୋଇଯାଇଛି । ଚିତ୍ତାକର୍ଷକ ଆଲୋକମାଳା, ଶ୍ରୁତିମଧୁର ସଂଗୀତ ଓ ଆକର୍ଷଣୀୟ ନୃତ୍ୟ ଏବଂ ଆତସବାଜି ପ୍ରଦର୍ଶନ ଏହି ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ୨-ରବିବାର ଫିଫା ଫୁଟ୍‌ବଲ ବିଶ୍ବକପ୍‌ର ବିଗୁଲ୍‌ ବାଜିଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କାତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର ।  ୩-ଟାର୍ଗେଟ ହେବା ଭୟରେ, ବିଚାରପତିମାନେ ଜାମିନ ପ୍ରଦାନ କରୁନାହାଁନ୍ତି’- ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୂଡ଼ । ୪-ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ: ୭୯ ରୁ ଅଧିକ ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ୫-ରଂଗାରଂଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ଫୁଟବଲ୍...

୨୦ ନଭେମ୍ବର ୨୦୨୨ରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ଖବର କାଗଜ

 *ଖବର ଆଜିର ତାରିଖ ୨୦/୧୧/୨୨ ରବି ବାର ୧-ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଆରମ୍ଭ ହେବ। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଏଥିପୂର୍ବରୁ ସନ୍ଧ୍ୟା ସାଢେ ୭ଟାରୁ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ୨-୩୪ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ୩-କାଶୀ ଏବଂ ତାମିଲନାଡୁ ଆମ ସଂସ୍କୃତି ଓ ସଭ୍ୟତାର କାଳଜୟୀ କେନ୍ଦ୍ର : ପ୍ରଧାନମନ୍ତ୍ରୀ । ୪-ପଦ୍ମପୁର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା – ବରିଷ୍ଠ ନେତାଙ୍କୁ ଖୋଜିଲା ବିଜେଡି, ବିଜେପିର ଭରସା ଚାରି କେନ୍ଦ୍ରମନ୍ତ୍ରୀ । ୫-ଭତ୍ତାଧାରୀଙ୍କୁ ମିଳିବ ୩୦୦ ଟଙ୍କାର ଶୀତ ସହାୟତା: ମୁଖ୍ୟମନ୍ତ୍ରୀ । ୬-ଜେଲ୍‌ରୁ ମକୁଳିଲେ ଭୀମ କୋରେଗାଓଁ ମାମଲାରେ ଅଭିଯୁକ୍ତ ଗୌତମ ନଭ୍ଲଖା, ଗୃହବନ୍ଦୀରେ ରଖିବାକୁ ସୁପ୍ରିମକୋର୍ଟକଙ୍କ ନିର୍ଦ୍ଦେଶ। ୭-ଅରୁଣାଚଳର ପ୍ରଥମ ଗ୍ରିନଫିଲ୍ଡ ବିମାନବନ୍ଦର ଉଦ୍‌ଘାଟନ କଲେ ମୋଦୀ । ୮-ଜେ‌ଲେନସ୍କିଙ୍କୁ ଭେଟିଲେ ସୁନକ, ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ୟୁକ୍ରେନ ଗସ୍ତ । ୯-ଟ୍ରମ୍ପଙ୍କୁ ସାମିଲ ପାଇଁ ଟ୍ବିଟରରେ ପୋଲ୍ କଲେ ମସ୍କ । ୧୦-ଆଦାନିଙ୍କ ଆକଳନ: ୨୦୩୦ ସୁଦ୍ଧା‌ ଭାରତ ତୃତୀୟ ବୃହତ୍‌ ଅର୍ଥନୀତି, ୨୦୫୦ ସୁଦ୍ଧା ଦ୍ବିତୀୟ ବୃହତ୍‌ । ୧୧-ବେଆଇନ ...